ଭୁବନେଶ୍ୱର, ୨୧/୦୭: ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ। ଉଦିତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଜଣେ ଯୁବତୀଙ୍କୁ ଏକ ହୋଟେଲରେ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଗତ ମାର୍ଚ୍ଚ ୧୮ ତାରିଖରେ ଏହି ଅଘଟଣ ଘଟିଥିଲା। ଉକ୍ତ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି। ଉଭୟଙ୍କ ଡ଼ାକ୍ତରୀ ମାଇନା ପରେ ମାମଲା ସ୍ପଷ୍ଟ ହେବ।