ଭୁବନେଶ୍ୱର, ୨୧/୦୭: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ ହୋଇଛନ୍ତି ଉଦିତ୍ ପ୍ରଧାନ। ଉଦିତ୍ଙ୍କୁ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଭାପତି(NSUI) ନିଲମ୍ବନ କରିଛନ୍ତି। ଉଦିତ୍ଙ୍କ ନାମରେ ବଳାତ୍କାର ଅଭିଯୋଗ ଆସିବା ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଗତ କାଲି ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ। ଜଣେ ଯୁବତୀଙ୍କୁ ଏକ ହୋଟେଲରେ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଗତ ମାର୍ଚ୍ଚ ୧୮ ତାରିଖରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଉକ୍ତ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣିର ତଦନ୍ତ ଜାରି ରହିଛି।
Prev Post
Next Post