ନାବାଳିକା ଛାତ୍ରୀଙ୍କୁ ହକି ପ୍ରଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ଦେଇଥିଲେ ହତ୍ୟା ଧମକ, ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ

ଯାଜପୁର, ୨୧/୦୭: ବାରମ୍ବାର ଦୁଷ୍କର୍ମ ମାମଲା ସାମନାକୁ ଆସୁଛି। ଆଜି ଦୁଇ ଜଣ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗ ସାମନାକୁ ଆସିଥିବା ବେଳେ ଏବେ ପୁଣି ଜଣେ ହକି ପ୍ରଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ସାମନାକୁ ଆସିଛି।

ଯାଜପୁର ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଜଣେ ହକି ପ୍ରଶିକ୍ଷକ ଏବଂ ତାଙ୍କର ଦୁଇ ସହଯୋଗୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛି।

ଘଟଣାଟି ଜୁଲାଇ ୩ ତାରିଖ ସନ୍ଧ୍ୟାରେ ଘଟିଥିବା ଅଭିଯୋଗ ହୋଇଛି। ପୀଡିତା ଗତ ଦୁଇ ବର୍ଷ ଧରି ଯାଜପୁର ହକି ଷ୍ଟାଡିୟମରେ ତାଲିମ ନେଉଥିଲେ। ପ୍ରଶିକ୍ଷକ ସାର୍ଥକ ଏବଂ ତାଙ୍କ ସହଯୋଗୀ ସନ୍ଦୀପ ଏବଂ ସାଗର ଯୁବତୀଙ୍କୁ ରାସ୍ତାରୁ ଅପହରଣ କରି ଏକ ଲଜ୍ କୁ ନେଇ ଦୁଷ୍କର୍ମ କରିଥିଲେ। ଏହା ସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ନାବାଳିକା। ପୋଲିସ ମୁଖ୍ୟ ଅଭିଯୁକ୍ତ, ହକି ପ୍ରଶିକ୍ଷକ ସାର୍ଥକ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ସନ୍ଦୀପ ଏବଂ ସାଗରଙ୍କୁ ହେପାଜତରେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।