ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ

ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର, ୨୩/୦୭: ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।

ଆଜି ଭୋର୍ ୫ଟାରୁ ଜଗନ୍ନାଥଙ୍କ ସହ ଜଡ଼ିତ ୪ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ବଡଗଡ଼ର ବ୍ରିଟ କଲୋନୀସ୍ଥିତ ଏକ ତିନି ମହଲା କୋଠା, ବାଲିଅନ୍ତା ରଣପୁର ମୌଜାରେ ଥିବା ଫାର୍ମ ହାଉସ, ରାୟଗଡ଼ା ସ୍ଥିତ ପୈତୃକ ବାସଭବନ ଓ ବିଏମସି କାର୍ଯ୍ୟାଳୟରେ ରେଡ୍ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୬ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।