ଭୁବନେଶ୍ୱର, ୨୩/୦୭: ରାଜ୍ୟ ସରକାର ଦୁଇଟି ନୂଆ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ (ଓଆଇଏସଏଫ) ବାଟାଲିୟନ ସ୍ଥାପନ ପାଇଁ ଅନୁମୋଦନ କରିଛନ୍ତି। ଯାହା ଅଧୀନରେ ବିଭିନ୍ନ ପଦବୀରେ ୧,୯୪୪ଟି ନୂଆ ପଦବୀ ସୃଷ୍ଟି ହେବ। ପ୍ରତ୍ୟେକ ବାଟାଲିୟନରେ ୯୭୨ ଜଣ କର୍ମଚାରୀ ରହିବେ, ଯେଉଁଥିରେ ସେବା ଆବଶ୍ୟକତା ପୂରଣ ପାଇଁ ୬୮ଟି ପଦବୀ ଅନ୍ତର୍ଭୁକ୍ତ। ଏ ସମ୍ପର୍କରେ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି।
କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଆର୍ମଡ଼ ଇନ୍ସପେକ୍ଟର, ଆର୍ମଡ଼ ସବ-ଇନ୍ସପେକ୍ଟର, ଆର୍ମଡ଼ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର, ହାବିଲଦାର, କନେଷ୍ଟବଳ, ମିନିଷ୍ଟରିଆଲ କର୍ମଚାରୀ, ଆର୍ମୋରର କର୍ମଚାରୀ ଏବଂ ଯୋଗାଯୋଗ କର୍ମଚାରୀ ପ୍ରମୁଖ ଅନ୍ତର୍ଭୁକ୍ତ। ଉଭୟ ବାଟାଲିୟନରେ ୨ ଜଣ କମାଣ୍ଡାଣ୍ଟ, ୬ ଜଣ ଡେପୁଟି କମାଣ୍ଡାଣ୍ଟ, ୧୬ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୨୪ ଜଣ ଆର୍ମଡ଼ ଇନ୍ସପେକ୍ଟର, ୫୪ ଜଣ ଆର୍ମଡ଼ ସବ-ଇନ୍ସପେକ୍ଟର, ୧୨୬ ଜଣ ଆର୍ମଡ଼ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର, ୨୫୬ ଜଣ ହାବିଲଦାର, ୧,୩୫୦ ଜଣ କନେଷ୍ଟବଳ, ୧୪ ଜଣ ମିନିଷ୍ଟରିଆଲ କର୍ମଚାରୀ (କ୍ଲାର୍କ ଓ ଷ୍ଟେନୋଗ୍ରାଫର ସମେତ), ୩୦ ଜଣ ଆର୍ମୋରର କର୍ମଚାରୀ ଏବଂ ୬୬ ଜଣ ଯୋଗାଯୋଗ କର୍ମଚାରୀ ରହିବେ।