ଭୁବନେଶ୍ୱର, ୨୩/୦୭: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢାଉ ବେଳେ ଅମାପ ସମ୍ପତ୍ତି ଠାବ କରିଛି। ଜଗନ୍ନାଥ ପଟ୍ଟନାୟକ ଏବଂ ତାଙ୍କ ପରିବାର ସହ ଜଡ଼ିତ ବିଭିନ୍ନ ସ୍ଥାନରେ କରିବା ପରେ ଅନେକ ମୂଲ୍ୟବାନ ଜିନିଷ ମଧ୍ୟ ମିଳିଛି। ଭୁବନେଶ୍ୱରର ବଡଗଡ଼ର ବ୍ରିଟ କଲୋନୀରେ ପ୍ଲଟ୍ ନମ୍ବର RP-12 ରେ ପ୍ରାୟ ୪,୫୬୦ ବର୍ଗଫୁଟ ଆୟତନର ଏକ ତିନିମହଲା ଘର।
ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ତହସିଲର ମୌଜା ରଣପୁରଠାରେ ୧.୫୭ ଏକର ଜମିରେ ଏକ ଫାର୍ମହାଉସ, ରହିଛି। ସେହି ଫାର୍ମ ହାଉସରେ ପ୍ରାୟ ୮୩୩ ବର୍ଗଫୁଟର ଏକ ଦୁଇମହଲା ଘର, ୫୭୦ ବର୍ଗଫୁଟର ଆଉ ଏକ ଘର, ଏକ ମାଛ ଚାଷ ପୋଖରୀ ଏବଂ ବିଭିନ୍ନ ଫଳଗଛ ଥିବା ବଗିଚା, ୧୫ଟି କୁକୁଡ଼ା ଥିବା ଏକ କୁକୁଡ଼ା ଫାର୍ମ ରହିଛି। ବଡ଼ଗଡ଼ରେ ଦୁଇଟି ପ୍ଲଟ ଏବଂ ଖଣ୍ଡଗିରିରେ ଏକ ଉଚ୍ଚ ମୂଲ୍ୟର ପ୍ଲଟ୍ ଠାବ କରାଯାଇଛି। ଏହା ବ୍ୟତୀତ ପ୍ରାୟ ୨୦୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଏବଂ ଅନ୍ୟାନ୍ୟ ଆର୍ଥିକ ନିବେଶ ମଧ୍ୟ କରିଛନ୍ତି। ଏକ ଚାରିଚକିଆ ଗାଡ଼ି (ମାରୁତି ଗ୍ରାଣ୍ଡ ଭିଟାରା) ଏବଂ ଏକ ଦୁଇଚକିଆ ଗାଡ଼ି ମିଳିଛି। ଏକ ଦେଶୀ ବନ୍ଧୁକ ଏବଂ ହରିଣ ଶିଙ୍ଗ ମିଳିଛି।