ଝାରସୁଗୁଡା, ୨୩/୦୭(ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମରେ ଜିଓ ନେଟୱାର୍କକୁ ସନି ଦଶା ଲାଗିଛି । କେତେବେଳେ ଜିଓ ଟାୱାର ଫୁଲ ଆସୁଛି, ତ କେତେବେଳେ ଚାଲିଯାଉଛି, ଫୋନ କଲେ ଅଧାରୁ କଟି ଯାଉଛି, ତ କେତେବେଳେ ଫୋନ ଯାଉଥିବା ସମୟରେ କଟିଯାଉଛି । କାହାରି ସାଙ୍ଗରେ କଥା ଲାଗି ହେଉନାହିଁ । ଆଉ ଇଣ୍ଟରନେଟ କଥା ନ କହିବା ଭଲ । ଜିଓ ନେଟୱର୍କ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ୨ ଘଣ୍ଟା ପାଇଁ ଚାଳୁଛି ପୁଣି ନେଟୱର୍କ ଚାଲିଯାଉଛି ଯେ ଆସିବାର ନାଁ ନେଉନାହିଁ । ଅଧିକାରୀଙ୍କ ଆନ୍ତରିକତା ଅଭାବ ମଧ୍ୟ ରହୁଥିବା ପରିଲକ୍ଷିତ ହେଉଛି । ଜିଓର ବରିଷ୍ଠ ଅଧିକାରୀ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।
Prev Post