ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୦ ତମ ପ୍ରତିଷ୍ଠା ଦିବସ ପାଳିତ

ବିଏମ୍ଏସକୁ ଆଗକୁ ବଢ଼ାଇବାକୁ ଆହ୍ୱାନ

ନୂଆପଡ଼ା, ୨୩/୦୭: ଆଜି ନୂଆପଡ଼ା ଜିଲ୍ଲା ଖରୀଆର ସ୍ଥିତ ଅଗ୍ରସେନ ଭବନ ଠାରେ ଏସିଆର ସର୍ବବୃହତ ସଂଘ ଭାରତୀୟ ମଜଦୂର ସଂଘ ନୂଆପଡ଼ା ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡ ସେନାଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଏମଏସ ର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଭଞ୍ଜନ ବଘେଲ ସଭାପତିତ୍ବ କରିଥିବାବେଳେ ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ପୁସ୍ତମ ସୁନାନି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ନୂଆପଡ଼ା ଜିଲ୍ଲା ସମ୍ପାଦକ ବାବୁଲାଲ ମାଝୀ,ଦୀର୍ଘ ବର୍ଷର ବିଏମଏସ ଅର୍ଗାନାଇଜିଂ ସେକ୍ରେଟାରୀ କୁଞ୍ଜ ବିହାରୀ କଟା ମଞ୍ଚାସିନ ଥିଲେ । ସର୍ବ ପ୍ରଥମେ ଅତିଥି ମାନଙ୍କୁ ଜିଲ୍ଲା ସଭାପତି ଓ ସମ୍ପାଦକ ଉପ ଢ଼ୋକନ ଦେଇ ସ୍ବାଗତ ଜଣାଇବା ପରେ ବି ଏମ ଏସ ପ୍ରତିଷ୍ଠାତା ଦତ୍ତୋପନ୍ତ ଥେଙ୍ଗଡେ,ବିଶ୍ଵକର୍ମା ଓ ଭାରତ ମାତା ଫଟୋ ରେ ପୁଷ୍ପ ମାଲ୍ୟ ଦେଇ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡ ସେନା ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଭାରତୀୟ ମଜଦୂର ସଂଘର ଇତିହାସ ପୃଷ୍ଠା ଓଲଟାଇବା ସହ ଏହି ସଂଘର ଉଦ୍ଦେଶ୍ୟ ଜ୍ଞାପନ କରି ଉପସ୍ଥିତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହ ପ୍ରଦାନ କରି ସଂଘକୁ ଆହୁରି ବଡ଼ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସଭାପତି ଓ ଜିଲ୍ଲା ସମ୍ପାଦକ ପ୍ରକାଶ କଲେ ଯେ ବିଏମସ୍ ରେ ଅନୁବନ୍ଧିତ ହୋଇଥିବା ସମସ୍ତଙ୍କ ପାଇଁ ତାଙ୍କର ଅଧିକାର ତାଙ୍କୁ ଯୋଗାଇବାକୁ ବିଏମଏସ ସବୁବେଳେ ଚେଷ୍ଟା କରିଛି ଏବଂ କରିବ ମଧ୍ୟ । ଆସନ୍ତା ୨୭ ତାରିଖ ଦିନ ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ଏକ ବଡ଼ ଧରଣର ସଭା କରିବାକୁ ସ୍ଥିରୀକୃତ ହୋଇସାରିଛି ତେଣୁ ଜିଲ୍ଲା ସଭାପତି ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଆଲୋକ ବାଗ,ସଞ୍ଜୟ ନାୟକ,ବୈଷ୍ଣବ ଜଗତ,ଆକାଶ କଟା, ପିଣ୍ଟୁ ହଂସ,ମିନତି ପଣ୍ଡା,ମମତା ଖମାରୀ,ସୁନିତା ସିଂ ଦେଓ, ପ୍ରମୋଦିନି ପୁଞ୍ଜି,ରେଶ୍ମା ବାନୋ,ଅଞ୍ଜୁଲତା ବାଗ,ସରିତା କୈବର୍ତ୍ତ,ସରୋଜ ଶବର,ଉପେନ୍ଦ୍ର ଠେଲା,ବିନୟ କୁମାର ରାଉତ,ମାନସାଏ ମାଝୀ,ଲଳିତ ବେହେରା,ଖଗେଶ୍ୱର ପରାଭୋଇ ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । ଅର୍ଗନାଇଜିଂ ସେକ୍ରେଟାରୀ କୁଞ୍ଜ ବିହାରୀ କଟା ନିଜର ସୁନ୍ଦର ଶବ୍ଦ ସଂଯୋଜନା ମାଧ୍ୟମରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।