ନୂଆଦିଲ୍ଲୀ, ୨୩/୦୭: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜିଠୁ ଦିଲ୍ଲୀ ଗସ୍ତରେ ଥିବା ବେଳେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି। ଉପମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଚିକିତ୍ସା ସମ୍ପର୍କରେ ଡାକ୍ତରୀ ଟିମ୍ ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ମୋ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ଅନ୍ତର୍ଗତ ବଳଙ୍ଗାର ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ପରିବାରବର୍ଗ ଏବଂ ସମ୍ପର୍କୀୟଙ୍କ ସହ ଦେଖା କଲି। ଏହି ଗସ୍ତ ସମୟରେ, ତାଙ୍କୁ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରୀ ଦଳ ଏବଂ ବିଶେଷଜ୍ଞ ମାନଙ୍କ ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବଂ ଆଗାମୀ ଦିନରେ ହେବାକୁ ଥିବା ଚିକିତ୍ସା ବିଷୟରେ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।”