ମହିମା ଗୋସାଇଁ ଏକ୍ସପ୍ରେସ ଲାଇନଚ୍ୟୁତ

ଯାତ୍ରୀ ସୁରକ୍ଷିତ

ସମ୍ବଲପୁର, ୨୪/୦୭: ଆଜି ସକାଳ ୦୯ଟା ୨୨ରେ ଟ୍ରେନ ଲାଇନଚ୍ୟୁତ ହେବା ଘଟଣା ସାମନାକୁ ଆସିଛି। ସମ୍ବଲପୁର-ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସ ୨୦୮୩୧ ର ଏକ ଜେନେରାଲ କୋଚ୍‌ର ଗୋଟିଏ ଟ୍ରଲି ବିଚ୍ୟୁତ ହୋଇଛି। ସମ୍ବଲପୁର ସିଟି–ସମ୍ବଲପୁର ସେକ୍ସନରେ ଏହି ଅଘଟଣ ଘଟିଛି। ଟ୍ରେନଟି ସମ୍ବଲପୁର ସିଟିରୁ ସକାଳ ୦୯ଟା ୧୮ରେ ବାହାରିବା ପରେ କିଛି ସମୟ ମଧ୍ୟରେ ଏହା ଘଟିଛି। ତେବେ ଏହି ଦୁର୍ଘଟଣାରେ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇନାହିଁ।