ଧରା ପଡିଲେ ୪ ଅଲ-କାଏଦା ଆତଙ୍କୀ

ପ୍ରମାଣ ନଷ୍ଟ ପାଇଁ ବ୍ୟବହାର କରୁଥିଲେ ଅଟୋ-ଡିଲିଟ୍ ଆପ୍

ନୂଆଦିଲ୍ଲୀ, ୨୪/୦୭: ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା ଚାରି ଜଣ ଆତଙ୍କବାଦୀଙ୍କୁ ଗୁଜୁରାଟ ଆତଙ୍କବାଦୀ ବିରୋଧୀ ଦଳ (ATS) ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅନ୍ୟ ରାଜ୍ୟରୁ ଗିରଫ କରାଯାଇଛି ବୋଲି ATS କହିଛି।

ସେମାନେ ହେଲେ ମହମ୍ମଦ ଫୈକ, ମହମ୍ମଦ ଫରଦୀନ, ସେଫୁଲ୍ଲାହ କୁରେଶି ଏବଂ ଜୀଶାନ ଅଲି। ସେମାନେ ବେଶରେ ଅଲ-କାଏଦାର ବିଚାରଧାରା ପ୍ରସାର କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଆପ୍ ବ୍ୟବହାର କରିଥିଲେ ବୋଲି ଜଣା ପଡ଼ିଛି। ଏପରିକି ସେମାନେ ନିଜର ଫୁଟ ପ୍ରିଣ୍ଟ ଭଳି ଅନ୍ୟାନ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଏକ ଅଟୋ-ଡିଲିଟ୍ ଆପ୍ ବ୍ୟବହାର କରୁଥିଲେ।

ଅଧିକ ତଥ୍ୟ ଜାଣିବା ପାଇଁ ସେମାନଙ୍କୁ ପଚରାଉଚରା କରାଯାଉଛି। ଗୁଜୁରାଟ ATS ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତମାନେ ଦୀର୍ଘ ସମୟ ଧରି ଆତଙ୍କବାଦୀ ଗୋଷ୍ଠୀ ସହିତ ଜଡିତ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଲ-କାଏଦା ସମ୍ପର୍କରେ ଆସିଥିଲେ। ଏହି ଚାରି ଜଣ ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସହିତ ଯୋଗାଯୋଗରେ ଆସିଥିଲେ। ଦିଲ୍ଲୀ ନିବାସୀ ମହମ୍ମଦ ଫୈକ୍ ଜଣେ ପାକିସ୍ତାନୀ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଭାରତରେ ଜିହାଦୀ କାର୍ଯ୍ୟକଳାପ ପ୍ରସାର କରିବାର ଉପାୟ ବିଷୟରେ ଆଲୋଚନା କରୁଥିଲେ। ଏହି ଚାରି ଜଣଙ୍କ ମୁଖ୍ୟ ଏଜେଣ୍ଡା ଥିଲା ଯୁବକମାନଙ୍କୁ ଭାରତରେ ଗଣତନ୍ତ୍ରକୁ ମୂଳପୋଛ କରି ହିଂସା ମାଧ୍ୟମରେ ଶରିଆ ପ୍ରତିଷ୍ଠା କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହିତ କରିବା ଏବଂ ଅଲ-କାଏଦା ବିଚାରଧାରାର ପ୍ରସାର କରିବା। ସେମାନଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି।