ଅବକାରୀ ବିଭାଗର ମିଳିତ ଚଢାଉ

ବିପୁଳ ପରିମାଣର ଦେଶୀମଦ ଓ ପୋଚ ଜବତ

ଆଠଗଡ, ୨୬/୦୭(ଦର୍ଶନ ନ୍ୟୁଜ): କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷକ ସି.ଏଚ. ତିରୁପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ପଣସପାଟଣା, ଭୀରୁଡ଼ାରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା, କଟକ ସଦର ଅବକାରୀ ବିଭାଗ, ନରସିଂହପୁର ଅବକାରୀ ବିଭାଗ ଓ କଟକ ଜିଲ୍ଲା ଭ୍ରାମ୍ୟମାଣ ୟୁନିଟ ଅବକାରୀ ବିଭାଗ ଏକ ମିଳିତ ଚଡାଉ କରାଯାଇଥିଲା। ଉକ୍ତ ଚଡାଉରେ ସର୍ବମୋଟ ୨୨୦୫ ଲିଟର ଦେଶୀ ମଦ ସହ ୨୦୯୬୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୬ ଗୋଟି ମାମଲା ରୁଜୁ କରା ଯାଇଛି। ଏହି ଚଡାଉରେ ସି.ଏଚ.ତିରୁପତି ଅବକାରୀ ଉପ ଅଧିକ୍ଷକ ଆଠଗଡ, ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷକ ଆଠଗଡ, ଅରୁଣ ଭୋଇ ଅବକାରୀ ଉପ ନିରୀକ୍ଷକ ଆଠଗଡ, ସୌମ୍ୟ ରଞ୍ଜନ ମାଝୀ ଅବକାରୀ ଉପନିରୀକ୍ଷକ ବାଙ୍କୀ ଓ ଶେଫାଳି ସାହୁ ଅବକାରୀ ଉପ ନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ କଟକ ଓ ଅନ୍ୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ତେବେ ଏ ସଂକ୍ରାନ୍ତରେ ଅବକାରୀ ବିଭାଗ କାହାକୁ ଗିରଫ କରିପାରିନାହିଁ।