ଏସିଆ କପ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କଲା ଏସିସି
ଏହି ଦିନ ଖେଳିବେ ଭାରତ ଓ ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ନୂଆଦିଲ୍ଲୀ, ୨୬/୦୭: ଏସୀୟ କ୍ରିକେଟ ପରିଷଦ (ଏସିସି) ଜୁଲାଇ ୨୬ ତାରିଖରେ ଏସିଆ କପ୍ ୨୦୨୫ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି। ସେପ୍ଟେମ୍ବର ୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ। ସେପ୍ଟେମ୍ବର ୨୮ରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଦୁଇଟି ସ୍ଥାନରେ – ଆବୁଧାବି ଏବଂ ଦୁବାଇରେ ଆୟୋଜିତ ହେବ। ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ରେ ମ୍ୟାଚ ଅନୁଷ୍ଠିତ ହେବ। ACC ସଭାପତି ମୋହସିନ୍ ନକଭି, ଯିଏ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)ର ମୁଖ୍ୟ ମଧ୍ୟ, ଟୁର୍ଣ୍ଣାମେଣ୍ଟର ତାରିଖ ଏବଂ ସ୍ଥାନ ନିଶ୍ଚିତ କରିଛନ୍ତି। ବ୍ୟକ୍ତିଗତ ମ୍ୟାଚ୍ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
ଏସିଆ କପର ଏହି ସଂସ୍କରଣରେ ମୋଟ ୧୯ଟି ମ୍ୟାଚ୍ ରହିବ, ଯେଉଁଥିରେ ଛଅଟି ଦଳ ଅଂଶଗ୍ରହଣ କରିବେ। ଭାରତ, ପାକିସ୍ତାନ, ୟୁଏଇ ଓ ଓମାନକୁ ଗୋଟିଏ ଗ୍ରୁପରେ ରହିଥିବା ବେଳେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂକୁ ଅନ୍ୟ ଗ୍ରୁପରେ ରଖାଯାଇଛି।
କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ହେବ। ଭୂରାଜନୈତିକ ଉତ୍ତେଜନା ସତ୍ତ୍ୱେ ଏହି ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ରୋମାଞ୍ଚକର ହେବ।
ଗ୍ରୁପ ଷ୍ଟେଜ:-
୯ ସେପ୍ଟେମ୍ବର (ମଙ୍ଗଳବାର): ଆଫଗାନିସ୍ତାନ ବନାମ ହଂକଂ
୧୦ ସେପ୍ଟେମ୍ବର (ବୁଧବାର): ଭାରତ ବନାମ ୟୁଏଇ
୧୧ ସେପ୍ଟେମ୍ବର (ଗୁରୁବାର): ବାଂଲାଦେଶ ବନାମ ହଂକଂ
୧୨ ସେପ୍ଟେମ୍ବର (ଶୁକ୍ରବାର): ପାକିସ୍ତାନ ବନାମ ଓମାନ
୧୩ ସେପ୍ଟେମ୍ବର (ଶନିବାର): ବାଂଲାଦେଶ ବନାମ ଶ୍ରୀଲଙ୍କା
୧୪ ସେପ୍ଟେମ୍ବର (ରବିବାର): ଭାରତ ବନାମ ପାକିସ୍ତାନ
୧୫ ସେପ୍ଟେମ୍ବର (ସୋମବାର): ଶ୍ରୀଲଙ୍କା ବନାମ ହଂକଂ
୧୬ ସେପ୍ଟେମ୍ବର (ମଙ୍ଗଳବାର): ବାଂଲାଦେଶ ବନାମ ଆଫଗାନିସ୍ତାନ
୧୭ ସେପ୍ଟେମ୍ବର (ବୁଧବାର): ପାକିସ୍ତାନ ବନାମ ୟୁଏଇ
୧୮ ସେପ୍ଟେମ୍ବର (ଗୁରୁବାର): ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ
୧୯ ସେପ୍ଟେମ୍ବର (ଶୁକ୍ରବାର): ଭାରତ ବନାମ ଓମାନ
ସୁପର ୪:-
୨୦ ସେପ୍ଟେମ୍ବର (ଶନିବାର): ଗ୍ରୁପ୍ ବି କ୍ୱାଲିଫାୟର୍ ୧ ବନାମ ଗ୍ରୁପ୍ ବି କ୍ୱାଲିଫାୟର୍ ୨
୨୧ ସେପ୍ଟେମ୍ବର (ରବିବାର): ଗ୍ରୁପ୍ ଏ କ୍ୱାଲିଫାୟର୍ ୧ ବନାମ ଗ୍ରୁପ୍ ଏ କ୍ୱାଲିଫାୟର୍ ୨
୨୨ ସେପ୍ଟେମ୍ବର (ସୋମବାର): ବିଶ୍ରାମ ଦିନ
୨୩ ସେପ୍ଟେମ୍ବର (ମଙ୍ଗଳବାର): ଗ୍ରୁପ୍ ଏ କ୍ୱାଲିଫାୟର୍ ୧ ବନାମ ଗ୍ରୁପ୍ ବି କ୍ୱାଲିଫାୟର୍ ୨
୨୪ ସେପ୍ଟେମ୍ବର (ବୁଧବାର): ଗ୍ରୁପ୍ ବି କ୍ୱାଲିଫାୟର ୧ ବନାମ ଗ୍ରୁପ୍ ଏ କ୍ୱାଲିଫାୟର ୨
୨୫ ସେପ୍ଟେମ୍ବର (ଗୁରୁବାର): ଗ୍ରୁପ୍ ଏ କ୍ୱାଲିଫାୟର ୨ ବନାମ ଗ୍ରୁପ୍ ବି କ୍ୱାଲିଫାୟର ୨
୨୬ ସେପ୍ଟେମ୍ବର (ଶୁକ୍ରବାର): ଗ୍ରୁପ୍ ଏ କ୍ୱାଲିଫାୟର ୧ ବନାମ ଗ୍ରୁପ୍ ବି କ୍ୱାଲିଫାୟର ୧
୨୭ ସେପ୍ଟେମ୍ବର (ଶନିବାର): ବିରତି ଦିନ
ଫାଇନାଲ୍:-
୨୮ ସେପ୍ଟେମ୍ବର (ରବିବାର): ଫାଇନାଲ୍ ମ୍ୟାଚ୍