ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ସାଂସଦ

ଦୁଷ୍କର୍ମ ଓ ଭିଡ଼ିଓ ରେକର୍ଡିଂ ଅଭିଯୋଗ ରହିଥିଲା

ନୂଆଦିଲ୍ଲୀ, ୧/୮: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ସାଂସଦ। କର୍ଣ୍ଣାଟକର ମୈସୁରର କେଆର ନଗରର ଜଣେ ମହିଳାଙ୍କ ଦ୍ୱାରା ଦାୟର କରାଯାଇଥିବା ଦୁଷ୍କର୍ମ ମାମଲାରେ ଶୁକ୍ରବାର ଦିନ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଅଦାଲତ।

ମାମଲା ପଞ୍ଜିକୃତ ହେବାର ମାତ୍ର ୧୪ ମାସ ପରେ ରାୟ ପ୍ରକାଶ ପାଇଛି। କୋର୍ଟରେ ରାୟ ପରେ କୋର୍ଟରୁମ ଛାଡିବା ସମୟରେ ରେଭନ୍ନା କାନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ରେବନ୍ନା ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ରହିଥିଲା। ଭାରତୀୟ ଦଣ୍ଡ ସଂହିତା (IPC) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (IT) ଆଇନ, 2008ର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। କୋର୍ଟ ଶନିବାର ଦଣ୍ଡ ଘୋଷଣା କରିବେ।