ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ

ଭୁବନେଶ୍ୱର, ୨/୮: ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଆଜି ସନ୍ଧ୍ୟା ୬ଟା ୨୨ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା ତଦାରଖ କରୁଥିଲେ ଏକ ଡାକ୍ତରୀ ଟିମ୍। ହେଲେ ବହୁ ଚେଷ୍ଟା ସତ୍ତ୍ଵେ ତାଙ୍କୁ ବଞ୍ଚାଇ ହେଲା ନାହିଁ।

ଅଧିକ ପଢନ୍ତୁ: ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତା

ଗତ ଜୁଲାଇ ୧୯ ତାରିଖରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପୀଡ଼ିତା। ତାଙ୍କୁ ପ୍ରଥମେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତା କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସା ଚାଲିଥିଲା। ଭୁବନେଶ୍ୱର ଏମ୍ସରେ ପୀଡିତାଙ୍କ ଚିକିତ୍ସା ତଦାରଖ କରିବା ପାଇଁ ଏକ ୧୦ ଜଣିଆ ଟିମ୍ ଗଠନ ହୋଇଥିଲା। ହେଲେ, ଅବସ୍ଥାରେ ଅଳ୍ପ ସୁଧାର ଆସିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା।

ଅଧିକ ପଢନ୍ତୁ: ଚାଞ୍ଚଲ୍ୟ: +୨ ଛାତ୍ରୀଙ୍କୁ ଜାଳି ଦେବାକୁ ଉଦ୍ୟମ