ସାମ୍ବାଦିକ ପ୍ରହଲ୍ଲାଦଙ୍କ ଅକାଳ ବିୟୋଗ

ବିଭିନ୍ନ ମହଲରେ ଶୋକ

ଦଶପଲ୍ଲା, ୩/୮: ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମର ଉଦୀୟମାନ ବ୍ଯକ୍ତିତ୍ବ ତଥା ସାମ୍ବାଦିକ ପ୍ରହଲ୍ଲାଦ ରାଉତ (୫୯ବର୍ଷ) ଙ୍କର ଅକାଳ ବିୟୋଗ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଂକୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରହଲ୍ଲାଦଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ଏକମାତ୍ର ପୁଅ ପ୍ରଭାତ ରାଉତ (ବଣ୍ଟି) ମୁଖାଗ୍ନି ଦେଇଥିଲେ । ଖବର ପାଇ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ଯକ୍ତି ଶୋକ ବ୍ଯକ୍ତ କରିବା ସହିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସୂଚନା ଯୋଗ୍ଯ ଯେ, ପ୍ରହଲ୍ଲାଦ ପାଞ୍ଚ ବର୍ଷ ଧରି ଚଣ୍ଡିଖୋଲ “ଦର୍ଶନ” ପ୍ରତିନିଧି ଭାବେ ନିଷ୍ଠା ଓ ସୁଚାରୁରୂପେ ଦାଯିତ୍ବ ସମ୍ପାଦନ କରି ବିଭିନ୍ନ ମହଲରେ ବେଶ୍ ପ୍ରିୟଭାଜନ ହୋଇ ପାରିଥିଲେ। ଏଭଳି ଦୁଃଖଦ ଖବର ପାଇ “ଦର୍ଶନ” ସମ୍ପାଦକ ଇଂ ବିଭୂତି ଭୂଷଣ ନାୟକ ଓ କାର୍ଯ୍ୟକାରୀ ସମ୍ପାଦିକା ପ୍ରଶମିତା ମହାନ୍ତିଙ୍କ ସମେତ ଦର୍ଶନ ପରିବାର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରି ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି |