ପୁରୀ, ୪/୮: ଆଜି ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ସମୂହ ନମାଜପାଠ ପରେ ତାଙ୍କ ମରଶରୀରକୁ ଘର ପଛପଟେ କବର ଦିଆଯାଇଛି। ଏହାପୂର୍ବରୁ ବଳଙ୍ଗାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପହଞ୍ଚିଥିଲେ।
ଗତ ଶନିବାର ବଳଙ୍ଗା ପୀଡ଼ିତା ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଶବ ବ୍ୟବଚ୍ଛେଦ ପରେ ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଞ୍ଚିଥିଲା। ଏହା ପରେ କଡା ସୁରକ୍ଷା ବଳୟରେ ମୃତ ଦେହକୁ ବାୟାବର ଗାଁକୁ ନିଆଯାଇଥିଲା। ଏହା ପରେ ତାଙ୍କର ଅନ୍ତ୍ୟେଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଜି ତାଙ୍କୁ ଇସଲାମ ବିଧି ଅନୁଯାୟୀ ସମୂହ ନମାଜ ପାଠ ପରେ କବର ଦିଆଯାଇଛି।