କିଷ୍ଟରେ କାର୍ଯ୍ୟରତ ମହିଳାଙ୍କ ସାମାଜିକ ସୁରକ୍ଷା କର୍ମଶାଳା
ମହିଳାମାନଙ୍କ ପ୍ରତି ସମ୍ମାନ ଓ ଆଚାରବୋଧକୁ ଦୃଢିଭୂତ କରିବାକୁ ଆହ୍ୱାନ
ଜଟଣୀ, ୪/୮: କୋଣାର୍କ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଜଟଣୀ ସ୍ଥିତ ମହାବିଦ୍ୟାଳୟରେ କର୍ମରତ ମହିଳାମାନଙ୍କର ସୁରକ୍ଷା, ଯୌନ ଶୋଷଣ ଓ ନିର୍ଯ୍ୟାତନା ସମ୍ପର୍କିତ ଦିନିକିଆ କର୍ମଶାଳା ଆୟୋଜିତ ହୋଇଛି। ଏଥିରେ ପ୍ରିନ୍ସିପାଲ୍ ଡ. ପାର୍ଥ ସାରଥୀ ଖୁଣ୍ଟିଆ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ସୁର୍ଯ୍ୟ ନାରାୟଣ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ କର୍ମକର୍ତା ଏବଂ କର୍ମଜୀବିମାନଙ୍କୁ ମା’ଙ୍କୁ ସମ୍ମାନ ଦେଶକୁ ମାନ ଆହ୍ୱାନରେ ଉଦ୍ବୃଦ୍ଧ ହେବାକୁ ପ୍ରେରଣା ଦେଇଥିଲେ । ଏଥିରେ ହାଇଟେକ୍ ଗ୍ରୁପ୍ର ଉପନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ ଉପସ୍ଥିତ ରହି କର୍ମସ୍ଥାନରେ କର୍ମଜୀବିମାନେ ଉପଯୁକ୍ତ ଭାବେ ମିତ୍ରତାର ସହ କାର୍ଯ୍ୟ କଲେ ନିଜର କାର୍ଯ୍ୟକୁଶଳତା ବୃଦ୍ଧିି ପାଇବ ବୋଲି ବାର୍ଚାା ଦେଇଥିବାବେଳେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଏବଂ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ଏହି କର୍ମଶାଳା ମାଧ୍ୟମରେ ସମସ୍ତେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଆଚାରବୋଧକୁ ଦୃଢିଭୂତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇସିସିର ପ୍ରିଜାଇଡିଙ୍ଗ ଅଫିସର୍ ଅରୁନ୍ଧତି ସେନ୍, ବକ୍ତା ଭାବେ ବିନ୍ଦ୍ୟା ଉପାଧ୍ୟାୟ ଯୋଗଦାନ କରିଥିବାବେଳେ ଆଇସିସି ମେମ୍ବର ଡ. ଆରତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।