ସଜାଗ ରେଳବାଇ କର୍ମଚାରୀ ପୁରସ୍କୃତ

ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ରାଶି ପ୍ରଦାନ

ସମ୍ବଲପୁର, ୦୪/୦୮: ଶ୍ରୀ ଅଜିତ କୁମାର ପିଲାଇ, ଟ୍ରାକ୍ ମେଣ୍ଟେନର-୧, ଚାରମାଲ, ଶ୍ରୀ ମନୋଜ ସିକା, ଟ୍ରାକ୍ ମେଣ୍ଟେନର-୪, ଲୋଇସିଂହା, ଶ୍ରୀ ଲକ୍ଷ୍ମଣ କୁମାର ପାତ୍ର, ଟ୍ରାକ୍ ମେଣ୍ଟେନର-୪, ଲୋଇସିଂହା, ଶ୍ରୀ ସବ୍ୟସାଚୀ ବିଶ୍ୱାସ, ବରିଷ୍ଠ ମାଲବାହୀ ଟ୍ରେନ୍ ପ୍ରବନ୍ଧକ, ସମ୍ବଲପୁର ଏବଂ ଶ୍ରୀ ଅନିଶ ରଞ୍ଜନ, ବରିଷ୍ଠ ସହାୟକ ଲୋକୋ ପାଇଲଟ୍, ଟିଟିଲାଗଡ଼ଙ୍କୁ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳIଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି।

ସେମାନଙ୍କର କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ,ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ଶ୍ରୀ ତତ୍ତ୍ୱଦର୍ଶୀ ସାହୁ, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ), ଶ୍ରୀ ବିନାୟକ ବେହେରା, ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (OP), ଶ୍ରୀ ସମ୍ବିତ ସୌରଭ ନାୟକ, ବରିଷ୍ଠ ମଣ୍ଡଳ ନିରାପତ୍ତI ଅଧିକାରୀ ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।