ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଗୃହ ବିଭାଗକୁ ଅବଗତ କଲା କମିଶନରେଟ ପୋଲିସ

କଟକ, ୦୧/୧୧: ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଡ଼ିଜିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଚୌଦ୍ବାର ଜେଲ୍‌ର ପୂର୍ବତନ ଜେଲର ସନ୍ତୋଷିନୀ ଦାସ। କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ସହ କ୍ୟାରିୟର ଶେଷ କରିବାକୁ ଧମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ଜେଲର।

ଚୌଦ୍ବାର ଥାନାରେ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି। ତଦନ୍ତ ଆରମ୍ଭ ନେଇ ଗୃହ ବିଭାଗକୁ ଅବଗତ କରିଛି କମିଶନରେଟ ପୋଲିସ।