ଦୋକାନୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା
ହାଟରେ ମୋବାଇଲ୍ କଭର ବିକୁଥିବା ଚମ୍ପୁଆ ଅଞ୍ଚଳର ଜଣେ ଦୋକାନୀଙ୍କୁ ହତ୍ୟା କଲେ ଏକାଧିକ ବ୍ୟକ୍ତି।
ହତ୍ୟାକାଣ୍ଡରେ ସାମିଲ ଏକାଧିକ ଦୁର୍ବୃତ୍ତ
ଯୋଡ଼ା, ୮/୮: ଯୋଡ଼ା ଥାନା କଣ୍ଡ୍ରା ହାଟରେ ହତ୍ୟାକାଣ୍ଡ । ହାଟରେ ମୋବାଇଲ୍ କଭର୍ ଦୋକାନ ଲଗାଇଥିବା ଜଣେ ଦୋକାନୀକୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ଚମ୍ପୁଆ ଥାନା ଅଲ୍ଲୀ ନଗର ଅଞ୍ଚଳର ୨୮ ବର୍ଷିୟ ଏମ୍. ଡି. ସଦ୍ଦାମ୍ ଓରଫ୍ ରାଜା । କଣ୍ଡ୍ରା ହାଟରେ ଆଜି ସନ୍ଧ୍ୟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟା ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ସୂଚନା ମିଳିଛି । ତେବେ କେଉଁମାନେ ଓ କେଉଁ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ତାହା କିଛି ସ୍ପଷ୍ଟ ହୋଇପାରିନାହିଁ । ଘଟଣା ସ୍ଥଳରେ ଦୃବୃର୍ତ୍ତମାନେ ଏକ ସ୍କୁଟି ଛାଡ଼ି ଯାଇଥିବା ମଧ୍ୟ କୁହାଯାଉଛି । ମୃତ ଶରୀର ଏବେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବାବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଯୋଡ଼ା ପୋଲିସ ଘଟଣାକୁ ନେଇ ତନାଘନା ଚଳାଇଛି ।