ଜୁଆ ଆଡ୍ଡା ଉପରେ ଚଢ଼ାଉ

ନଗଦ ଟଙ୍କା ସହ ୧୦ ଗିରଫ

ତୁରେକେଲା, ୮/୮: ବଲାଙ୍ଗିର ଜିଲ୍ଲାର ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ଗାଁରେ ଜୁଆ ଖେଳ ବେଳେ ମାଡ଼ି ବସିଲା ପୋଲିସ। ତୁରେକେଲା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ ଜଣଙ୍କୁ ଗିରଫ କରିଛି। ଏ ଘଟଣାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଛି।

ପୋଲିସ ଜୁଆ ଆଡ୍ଡାରୁ ସେମାନଙ୍କ ନିକଟରୁ ମୋଟ ନଗଦ ୧୪,୪୦୦ ଟଙ୍କା, ୧୦ଟି ମୋବାଇଲ୍ ଫୋନ୍, ୭ଟି ମୋଟର ସାଇକେଲ ଏବଂ ୨ଟି ବଣ୍ଡଲ୍ ତାସ୍ ଜବତ କରିଛି। ଏଥିରେ ସଂପୃକ୍ତ ଥିବା ୧୦ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଥିବା ଜଣା ପଡ଼ିଛି।