ମୁଖ୍ୟମନ୍ତ୍ରୀଙ୍କ ଭୋକାଲ ଫର ଲୋକାଲ ମନ୍ତ୍ର

ରକ୍ଷାବନ୍ଧନରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ଅପିଲ୍

ଭୁବନେଶ୍ୱର, ୮/୮: ଆସନ୍ତାକାଲି ରକ୍ଷାବନ୍ଧନ ଥିବା ବେଳେ ଦେଶର ସ୍ୱଦେଶୀ ଜିନିଷ ବ୍ୟବହାର କରି ରକ୍ଷାବନ୍ଧନ ପାଳନ କରିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦେଶୀ ସାମଗ୍ରୀକୁ ବର୍ଜନ କରି ଭୋକାଲ ଫର ଲୋକାଲର ମନ୍ତ୍ର ସହିତ ସ୍ୱଦେଶୀ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ରକ୍ଷାବନ୍ଧନ ଅବସରରେ, ରକ୍ଷା ସୂତ୍ର ଠାରୁ ଆରମ୍ଭ କରି ଉପହାର ପର୍ଯ୍ୟନ୍ତ ସବୁକିଛି ସ୍ୱଦେଶୀ ବ୍ୟବହାର କରିବା। #VocalForLocal ର ମନ୍ତ୍ର ସହିତ, ଆମେ ଛୋଟ କାରିଗର ଏବଂ ବ୍ୟବସାୟୀଙ୍କ ସମୃଦ୍ଧିକୁ ପ୍ରାଧାନ୍ୟ ଦେବା। ଏଥର ରକ୍ଷାବନ୍ଧନରେ ସ୍ୱଦେଶୀ ଆପଣାନ୍ତୁ ଏବଂ ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନର ସ୍ୱପ୍ନକୁ ଆଗକୁ ନିଅନ୍ତୁ।”