ବିଜେଡ଼ି ଉପରେ ବର୍ଷିଲେ ମହେଶ୍ୱର

ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡ଼ି: ମହେଶ୍ୱର

ଭୁବନେଶ୍ୱର, ୯/୮: ବିଜୁ ଜନତା ଦଳ ଅଗଷ୍ଟ ୧୮ ତାରିଖ ଦିନ ଡବଲ ଇଞ୍ଜିନ ସରକାର ର ଚାଷୀ ମାରଣ ନୀତି ବିରୁଦ୍ଧରେ ସମାବେଶ କରିବ ବୋଲି ଜଣା ପଡ଼ିବା ପରେ ବିଜେଡ଼ି ଉପରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ। ଏହା ସଇତାନର ବେଦ ପାଠ ସହିତ ଚାଷୀ ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ସଦୃଶ ଅଟେ ବୋଲି ସେ କହିଛନ୍ତି।

ମହେଶ୍ୱର କହିଛନ୍ତି, “ବିଜେଡି ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନ କାଳରେ ସବୁଠାରୁ ଅଧିକ ଚାଷୀ ଆତ୍ମହତ୍ୟା ବରଗଡ ଜିଲ୍ଲାରେ ହେଇଥିଲା ତାହା ଆଜି ପଯ୍ୟନ୍ତ ବରଗଡ ବାସୀ ଭୁଲି ନାହାଁନ୍ତି। ବରଗଡ ଜିଲ୍ଲାର ସେହେଲା ଠାରେ ଚାଷୀ ସମାବେଶରେ ନବୀନ ପଟ୍ଟନାୟକ ଧାନ କୁଇଣ୍ଟାଲ ପ୍ରତି ଏକଶତ ଟଙ୍କା ବୋନସ ପ୍ରଦାନ କରିବା ଘୋଷଣା କରିଥିଲେ। କାହିଁକି ଚାଷୀ ମାନଙ୍କୁ ଦେଲେ ନାହିଁ ତାର ଜବାବ ଓଡିଶାର ଚାଷୀମାନଙ୍କୁ ଦିଅନ୍ତୁ। ଓଡ଼ିଶାର ୩୫ ଭାଗ ଜମିକୁ ଜଳସେଚନ କରିବାକୁ କହିଥିଲେ କଣ କଲେ ତାର ଜବାବ ଦିଅନ୍ତୁ। ଓଡ଼ିଶାର ୩୧୪ ବ୍ଲକ୍ ରେ ଶୀତଳ ଭଣ୍ଡାର କରିବାକୁ ଘୋଷଣା କରିଥିଲେ କେତେ ବ୍ଲକରେ କଲେ ତାହାର ଜବାବ ଦିଅନ୍ତୁ। କାଳିଆ ଯୋଜନାରେ ୫ ହଜାର କରି ୨ ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଦେବାକୁ କହିଥିଲେ କେତେ ଦେଲେ ତାହାର ହିସାବ ଓଡିଶାର ଚାଷୀ ମାନଙ୍କୁ ଦିଅନ୍ତୁ।

ଓଡିଶା ର ଚାଷୀମାନଙ୍କ ର ଆୟ କୁ ଦୁଇ ଗୁଣା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଫଳରେ ଚାଷୀ ଆଜି ତାର ସୁଫଳ ପାଇବାରେ ଲାଗିଛି। ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ୪୮ ଘଣ୍ଟା ଭିତରେ ଚାଷୀ ପାଇଥିବାରୁ ଓଡିଶା ଲ ଚାଷୀ ଭିତରେ ଆତ୍ମ ବିଶ୍ୱାସ ଫୋରି ପାଇଛି। ଗତ ଖରିଫ୍ ଚାଷ ରେ ରେକର୍ଡ ସଂଖ୍ୟକ ୧୭ ଲକ୍ଷ ଉର୍ଦ୍ଧ୍ବ ଚାଷୀ ମାନଙ୍କ ଠାରୁ ୭୪ ଲକ୍ଷ୍ ମେଟ୍ରିକ୍ ଟନ୍ ଧାନ କିଣା ଯାଇଛି। ପିଏମ କିସାନ ରେ ୨ ହଜାର କରି ୩ ଟି କିସ୍ତି ରେ ୬ ହଜାର ଟଙ୍କା ଓ ସିଏମ କିସାନ ରେ ୨ ହଜାର କରି ୨ ଟି କିସ୍ତି ରେ ୪ ହଜାର ଟଙ୍କା ଏଭଳି ବର୍ଷ କୁ ଚାଷୀ ଖାତା କୁ ବର୍ଷ କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ ଡବଲ ଇଞ୍ଜିନ ସରକାର ଦେଉଛନ୍ତି। ୫୮ ସବଡିଭିଜନ ରେ ଶୀତଳ ଭଣ୍ଡାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୧୫ ଲକ୍ଷ ଚାଷ ଜମିକୁ ଜଳସେଚିତ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ଅଭିଯାନ କୁ ସ୍ଵଚ୍ଛତା ର ସହିତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯଦ୍ଵାରକାକି ଦଲାଲଗିରି ପ୍ରାୟତଃ ବଂଦ ହେଇଯାଇଛି। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର ପଶୁପାଳନ, ମତ୍ସ୍ୟ ଚାଷ, ଉଦ୍ୟାନ ଚାଷ, ବିନା ସୁଧରେ କୃଷି ରୁଣ, କୃଷି ଭିତ୍ତିକ ଶିଲ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ କୁଟୀର ଶିଳ୍ପ ପାଇଁ ବ୍ୟାପକ ସୁବିଧା ସୁଯୋଗ ଚାଷୀ ମାନଙ୍କୁ ମୋହନ ଚରଣ ମାଝି ସରକାର ଚାଷୀ ମାନଙ୍କୁ ଯୋଗାଇ ଦେଉଛନ୍ତି। ବିଜେଡ଼ି ତଥା ଅନ୍ୟ ବିରୋଧୁ ହଡାସ ହେଇ ନାନାଦି ଅପପ୍ରଚାର କରୁଛନ୍ତି। ଏହାର ପ୍ରଭାବ କିଛି ପଡିବ ନାହିଁ। କାରଣ କଂଗ୍ରେସ ଓ ବିଜେଡି ସରକାର ଅମଳରେ ଓଡିଶା ର ଚାଷୀ ଏମାନଙ୍କ ର କରାମତି ସହିତ ଦୁର୍ନୀତି, ଭ୍ରଷ୍ଟାଚାର ଚାଷୀ ବିରେଧୀ ମାନସିକତା ଦେଖିଛନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି।