ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ

ସ୍କୁଲ ପିଲାମାନଙ୍କ ସହ ରକ୍ଷାବନ୍ଧନ ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯/୮: ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଥିବା ବେଳେ ଶନିବାର ରାକ୍ଷୀ ପୂର୍ଣିମା ଅବସରରେ ଜୟପୁର ସହରର ଏକ ଘରୋଇ ସ୍କୁଲରେ ସ୍କୁଲ ପିଲାମାନଙ୍କ ସହିତ ରାଖୀ ପୂର୍ଣ୍ଣିମା ପାଳନ କରିଛନ୍ତି। ଅରବିନ୍ଦ ନଗରର ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।

ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡା, ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ, ଗୋକୁଳାନନ୍ଦ ମଲ୍ଲିକ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, “ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ବଳଦେବ ଜୟନ୍ତୀ ଅବସରରେ କୋରାପୁଟର ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଲି। ଏହି ଅବସରରେ କୁନି କୁନି ପିଲାମାନଙ୍କର ଅଜସ୍ର ସ୍ନେହ ଓ ଭଲ ପାଇବା ଦେଖି ଆନନ୍ଦିତ ହେଲି। ଆମ ସରକାର ରାଜ୍ୟର ଭଉଣୀମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସବୁବେଳେ ବଦ୍ଧପରିକର। ଆଜି ଆମେ ଜୟପୁରରୁ ଆଜି ମୋର ସୁଭଦ୍ରା ସ୍ଵରୂପା ଭଉଣୀମାନଙ୍କୁ ପବିତ୍ର ରକ୍ଷାବନ୍ଧନରେ ଉପହାର ଭାବରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିବାକୁ ଯାଉଛୁ। ଆଜିର ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ଜଣେ ସାଧାରଣ ଓଡ଼ିଆ ଓ ଭାଇ ଭାବରେ ରାଜ୍ୟର ସମ୍ପୂର୍ଣ୍ଣ ନାରୀ ସମାଜକୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆପଣ ଓ ଆପଣଙ୍କ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରୁଛି।