ଗୋଛରା, ୧୦/୮: ସମ୍ବଲପୁର ଜିଲ୍ଲାର ଗୋଛରା ନିକଟସ୍ଥ ଭେଡେନ ନଈରେ ଗାଧୋଉଥିବା ସମୟରେ ଘଟିଛି ବଡ଼ ଅଘଟଣ। ଗୋଛରା (ଉରାମ ପଡ଼ା) ର ଶେଖର ମୁଣ୍ଡା (30) ନଈ ସୁଅରେ ଭାସିଯାଇଛନ୍ତି। ଭରା ନଈ ମାଛ ଧରୁଥିବା ସମୟରେ ଏହି ଅଘଟଣ ହୋଉଛି। କୁଚିଣ୍ଡା ଦମକଳକୁ ଖବର ଦେବା ପରେ ଦମକଳ ବାହିନୀ ପହଞ୍ଚି ଯୁବକଙ୍କୁ ନଈ ଭିତରେ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛନ୍ତି। ପାଣି ପ୍ରଖର ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ କୌଣସି ପତ୍ତା ମିଳିପାରୁନି। ପାଣିର ଗତି ଦେଖି ତଳ ମୁଣ୍ଡକୁ ଭାସି ଯାଇଥିବା ଅନୁମାନ କରାଯାଉଛି।