ନିଜକୁ ଜାଳିଦେଲେ ନାବାଳିକା!

ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଉଦ୍ଧାର

ବରଗଡ଼, ୧୧/୮: ବରଗଡ଼ରେ ଘଟିଛି ଆଉ ଏକ ଚାଞ୍ଚଲ୍ୟ କର କାଣ୍ଡ। ଜଣେ ନାବାଳିକା ନିଜକୁ ଜାଳି ଦେଇଥିବା ଖବର ସାମନାକୁ ଆସିଛି। ବରଗଡ଼ ଜିଲ୍ଳାର ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଗାଁର ଫୁଟବଲ୍ ପଡ଼ିଆରୁ ଜଣେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର କରାଯାଇଛି। ଆତ୍ମାହୁତି ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।

ଆମ୍ବୁଲାନ୍ସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନାବାଳିକା ଜଣକ ତାଙ୍କ ମାମୁଁଘରେ ଥିବା କୁହାଯାଉଛି। ତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। କିନ୍ତୁ କାହିଁକି ଓ କେଉଁ ପରିସ୍ଥିତିରେ ନିଜକୁ ଆତ୍ମାହୁତି ଉଦ୍ୟମ କରିଛନ୍ତି ନା ତାଙ୍କୁ କେହି ଜାଳି ଦେଇଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି।