ଭୁବନେଶ୍ୱର, ୧୧/୮: ସୋମବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପଶି ଆସିଛି ସାପ। ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିବା ବେଳେ ସଭା ମଧ୍ୟକୁ ଏକ ସାପ ପଶି ଯାଇଥିବାର ଖବର ସାମନାକୁ ଆସିଛି। ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ସ୍ନେହ ହେଲ୍ପଲାଇନ ନମ୍ୱରଟୁ ଫୋନ କରିବା ପରେ ସ୍ନେହ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲିକ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ସାପଟି ସେଠାରେ ଥିବା ଏୟାର କଣ୍ଡିସନର ଭିତରେ ରହିଯାଇଥିଲା। ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।
Prev Post
Next Post