ଯୁବାମାଲ ଗାଁରେ କଙ୍ଗାରୁ କୋର୍ଟ
ହାତ ଗୋଡ଼ ବାନ୍ଧି ମାରିଲେ, ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ
ରକ୍ତାକ୍ତ ଅବସ୍ଥାରେ ଯୁବକ ଉଦ୍ଧାର
ବଲାଙ୍ଗୀର, ୧୪/୮: ସଇଁତଳା ଥାନା ଭଦ୍ରା ପଞ୍ଚାୟତ ଯୁବାମାଲ ଗାଁରେ ଯୁବକଙ୍କ ହାତ ଗୋଡ ବାନ୍ଧି ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ କଙ୍ଗାରୋ କୋର୍ଟ କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମ ରେ ଏକ ଭିଡିଓ ଭାଇରାଲ ହେଉଛି। ସୂଚନା ମୁତାବକ ଗାଁ ର ଦୂର୍ବାଦଳ ଭୋଇ କୌଣସି କାରଣ ରୁ ଗତ କାଲି ସନ୍ଧ୍ୟା ୯ ଟା ପରେ କୌଣସି କାମ ପାଇଁ ଗାଁ ରାସ୍ତା ରେ ବୁଲୁଥିଲେ। ତେବେ କୌଣସି କାରଣ ରୁ ଗାଁ ର ଜଗତରାମ ଭୋଇ ଓ ଖଗେଶ୍ବର ଭୋଇଙ୍କ ସହ ଦୁର୍ବାଦଲ ସହ କଥା କଟା କଟି ହେଇଥିଲା।ତେବେ ପରବର୍ତ୍ତୀ ସମୟରେ ଜଗତରାମ, ଖଗେଶ୍ବର ଓ କିଛି ଯୁବକଙ୍କ ସହ ଦୂର୍ବାଦଲଙ୍କ ଘରକୁ ଯାଇ ତାଙ୍କୁ ଘରୁ ବୋହି ଆଣି ମାଡ଼ ମାରି ରାକ୍ତାକ୍ତ କରିବା ସହ ଦୁଇ ହାତ ଗୋଡ ବାନ୍ଧି ପ୍ରବଳ ମାଡ ଦେଇଥିଲେ ଓ ପରେ ଗାଁ ର ଏକ ବିଦ୍ୟୁତ ଖୁଣ୍ଟ ରେ ତାଙ୍କୁ ବାନ୍ଧିଥିଲେ।ତେବେ ଦୁର୍ବାଦଳଙ୍କ ପରିବାର ଲୋକେ ରକ୍ତାକ୍ତ ଅବସ୍ଥା ରେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ କୁ ନେଇଥିଲେ।ତେବେ ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ମଧ୍ଯ ହେଉଛି। ତେବେ ଏହାକୁ ନେଇ ଦୂର୍ବାଦଲ ର ମା ଥାନା ରେ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଜଗତରାମ ଓ ଖଗେ ଭୋଇ ଘଟଣା କୁ ଅସ୍ବୀକାର କରିବା ସହ ଦୁର୍ବାଦଳ ଖରାବ ଉଦେଶ୍ୟ ରଖି ତାଙ୍କ ଘର କୁ ଏକ କୁରାଡି ଧରି ବସିଥିବା ବେଳେ ତାଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ ଓ କୁରାଡି ଟି ଦୂର୍ବାଦଲ ର ଗୋଡ ଉପରେ ବାଜି ଯାଇଥିବା ବେଳେ ସେ ରକ୍ତାକ୍ତ ହୋଇଥିବା କହିଛନ୍ତି। ତେବେ ଦୁଇ ଜଣକ ପକ୍ଷକୁ ଥାନା ରେ ଅଭିଯୋଗ ହୋଇଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଜଣକ କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।