ଭୁବନେଶ୍ୱର, ୧୫/୮: ଆଜି ଭାରତର ୧୪୦କୋଟି ଲୋକ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସରେ ଗୌରବେ ତାର ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି। ସହିଦନଗରର ବରିଷ୍ଠ ଆଗରିକ ୱାର୍ଡ ୩୦ର କର୍ମକର୍ତ୍ତା ଲାଇଟ ହାଉସର କର୍ମକର୍ତ୍ତା, ସହିଦ ନଗରର ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗରେ ଜାତୀୟ ପତକା ଉତ୍ତୋଳନ କରିଥିଲେ ବରିଷ୍ଠ ସବ୍ୟ ଶ୍ରୀଗୌରାଙ୍ଗ ତ୍ରିପାଠୀ। ଏହି ଜାତୀୟ ଗୌରବ ଉତ୍ସବରେ ଛାତ୍ରଛାତ୍ରୀ ସହିତ ୨୦୦ରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ରହି ଜୟ ଧୂନୀ ଦ୍ୱାରା ଗଗନ ପବନ ମୁଖରିତ ହୋଇ ଥିଲା।
ସଭାରେ ଉଦବୋଧନ ଦେଇଥିଲେ ଗୌରାଙ୍ଗ ତ୍ରିପାଠୀ, କର୍ପୋରେଟର ରାଜକିଶୋର ଦାସ, ସମ୍ପାଦକ ନିଶାକର ରାଉତ, ଅକ୍ଷୟ କୁମାର ପ୍ରଧାନଙ୍କ ସହ ବିଶିଷ୍ଟ ବ୍ୟକ୍ତି। ଏହା ସହ ଲାଇଟ ହାଉସ ଛାତ୍ରଛାତ୍ରୀମାନେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଥିଲେ ନିଶାକର ରାଉତ ଓ ଶକୁନ୍ତଳା ରାଉତ। ଛାତ୍ରଛାତ୍ରୀମାନେ ଜୀବନ ଯାତ୍ରାରେ ନିଜ ପରିବାର, ରାଜ୍ୟ ଓ ଦେଶ ପାଇଁ ଉତ୍ସର୍ଗୀ କୃତ ଓ କର୍ତ୍ତବ୍ୟ ପରାୟଣ ହେବା ପାଇଁ ଉପଦେଶ ଦେଇଥିଲେ। ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅକ୍ଷୟ ଭାଇ। ଶେଷରେ ସମସ୍ତଙ୍କୁ ମିଷ୍ଟାନ ବଣ୍ଟା ଯାଇଥିଲା।