ହାଇଟେକ୍ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ
ପ୍ରତିଟି ଦୁଆରେ ପହଞ୍ଚିବ ହାଇଟେକର ସ୍ୱାସ୍ଥ୍ୟସେବା: ତିରୁପତି ପାଣିଗ୍ରାହୀ
ଭୁବନେଶ୍ୱର, ୧୬/୮: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ୭୯ ତମ ସ୍ୱାଧିନତା ଦିବସ ପାଳନ କରାଯାଇଛି । ଏଥିରେ ହାଇଟେକ୍ ଗ୍ରୁପ୍ର ସମସ୍ତ ଶିକ୍ଷାନୁଷ୍ଠାନ ମେଡିକାଲ କଲେଜ, ଡୋଲ କଲେଜ, ଫିଜିଓଥେରାପି, ଫାର୍ମାସୀ କଲେଜ, ନର୍ସିଂ ସ୍କୁଲ ଓ କଲେଜ, +୨ ସାଇନ୍ସ କଲେଜ ର ସହସ୍ରାଧିକ ବିଦ୍ୟାର୍ଥୀ ଉପସ୍ଥିତ ରହି ସ୍ୱାଧିନତା ଦିବସ ମହାସମାରୋହରେ ପାଳନ କରିଛନ୍ତି । ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ପତାକା ଉତ୍ତୋଳନ କରିବା ସହ ଏକବିଂଶ ଶତାବ୍ଦୀରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଖରେ ପହଞ୍ଚି ସାରିଛି, କିନ୍ତୁ ହାଇଟେକ୍ ଗ୍ରୁପ୍ ପରବର୍ତ୍ତୀ ସମୟରେ ସମସ୍ତଙ୍କ ଦ୍ୱାର ମୁହଁରେ ପହଞ୍ଚାଇବାର ପ୍ରତିଶୃତି ଏବଂ ପ୍ରତିଜ୍ଞାବଦ୍ଧ ବୋଲି କହିଛନ୍ତି । ଏହି ଅବସରରେ ହାଇଟେକ୍ ଗ୍ରୁପ୍ର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣିଗ୍ରାହୀ, ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ଡକ୍ଟର ରାକେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ସାବିତ୍ରୀ ପାଣିଗ୍ରାହୀ, ଟ୍ରଷ୍ଟି ମଧୁସ୍ମିତା ତ୍ରିପାଠୀଙ୍କ ସମେତ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗ ଦେଇ ଏହି ଦିବସକୁ ଉତ୍ସବମୁଖର କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ଡ. ଗୋପେଶ୍ୱର ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନର କୃତକାର୍ଯ୍ୟ ବିଦ୍ୟାର୍ଥୀ ଏବଂ ବିଶିଷ୍ଠ ଚିକିତ୍ସାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।