ବିଷ୍ଣୁ ସେଠୀଙ୍କ ଏକାଦଶାହରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭଦ୍ରକ : ଧାମନଗର ବିଧାୟକଙ୍କ ଏକାଦଶାହରେ ଯୋଗ ଦେବେ ଜେ.ପି ନଡ୍ଡା, ସୁନୀଲ ବଂଶଲଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ । ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ପୈତୃକ ଗ୍ରାମ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗରାଜପୁର ଠାରେ ଏନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ବିଜେପିର ବରିଷ୍ଠ ନେତା ମନମୋହନ ସାମଲ, ଅଭିମନ୍ୟୁ ସେଠୀ, ବଦ୍ରି ନାରାୟଣ ଧଳ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ସମେତ ବହୁ ନେତା ଏହି ବୈଠକରେ ଯୋଗ ଦେଇଥିଲେ।

ଖବର ଅନୁଯାୟୀ, ଆସନ୍ତା ୩୦ ତାରିଖରେ ତିହିଡି କଲେଜ ପରିସରରେ ସ୍ଵର୍ଗତ ବିଷ୍ଣୁ ସେଠୀଙ୍କର ଏକାଦଶାହ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା , ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଯୋଗ ଦେବା ନେଇ ସୂଚନା ମିଳିଛି । ଏହି ଅବସରରେ ଏକ ସ୍ମରଣୀକା ଉନ୍ମୋଚନ ହେବ । ତେବେ ଆଗାମୀ ସମୟରେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସହ ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ବିଜେପି ତରଫରୁ ଯୋଗାଇଦେବା ନେଇ ସୂଚନା ମିଳିଛି ।