ସୁସ୍ଥ ହୋଇ ଫେରିଲେ ନବୀନ

ରାଜ୍ୟବାସୀ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର, ୨୧/୮: ଡିହାଇଡ୍ରେସନ୍‌ ଯୋଗୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ କାଲି ରାତିରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୁସ୍ଥ ହେବା ପରେ ମେଡ଼ିକାଲ୍‌ରୁ ସିଧା ନବୀନ ନିବାସ ଫେରିଥିଲେ।

ହସ୍ପିଟାଲରୁ ଘରକୁ ଫେରିବା ବେଳେ ନବୀନ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବାରୁ ରାଜ୍ୟବାସୀଙ୍କୁ ଓ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କର ଭଲ ଯତ୍ନ ନେଇଥିବାରୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ଡିହାଇଡ୍ରେସନ୍‌ ଯୋଗୁଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆଶୁ ଆରୋଗ୍ୟ କାମନା କରିଥିଲେ। ମୋଦି ଓ ଖଡଗେ ନବୀନଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।