ଛାତ୍ର ନିର୍ବାଚନ ପୂର୍ବରୁ ସୁଦୃଢ ହେଉଛି ବିଜେଡ଼ି: ବିଭିନ୍ନ ନେତାଙ୍କୁ ବଡ଼ ଦାୟିତ୍ୱ
ବିଜୁ ଯୁବ ଜନତା ଦଳର ନୂଆ ସଭାପତି ନିଯୁକ୍ତ
ଦଳକୁ ମିଳିଲା ନୂଆ ଛାତ୍ର ସଭାପତି
ଭୁବନେଶ୍ୱର, ୨୬/୮: ଆଗକୁ ଛାତ୍ର ନିର୍ବାଚନ ଆସୁଥିବା ବେଳେ ବିଜେଡ଼ିକୁ ସୁଦୃଢ କରାଯାଉଛି। ଯଦିଓ ନିର୍ବାଚନ ତାରିଖ ଘୋଷଣା କରାଯାଇନାହିଁ, କିନ୍ତୁ ତା’ ପୂର୍ବରୁ ଦଳକୁ ସଜାଡିଛି ବିଜେଡ଼ି। ତିଆରି କରିଛି ନୂଆ ରଣନୀତି।
ବିଜେଡ଼ିରେ ବିଭିନ୍ନ ନେତାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ୪ ଜଣ ବରିଷ୍ଠ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ୱ ଦିଆଯାଇଛି। ବିଜୁ ଯୁବ ଜନତା ଦଳର ସଭାପତି ହୋଇଛନ୍ତି ଚିନ୍ମୟ ସାହୁ। ବ୍ୟୋମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି, ସଞ୍ଜିତ ମହାନ୍ତିଙ୍କୁ ସମ୍ପାଦକ ଦାୟିତ୍ୱ ମିଳିଛି।
ସେହିପରି ବିଜୁ ଛାତ୍ର ଜନତାର ଦଳ ସଭାପତି ହେଲେ ଇପ୍ସିତା ସାହୁ। ବିଜୁ ଛାତ୍ର ଜନତାର ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ।
ଏତଦବ୍ୟତୀତ ଦେବେଶ ଆଚାର୍ଯ୍ୟ ହୋଇଛନ୍ତି ଦଳର ବରିଷ୍ଠ ସାଧାରଣ ସମ୍ପାଦକ। ଦେବୀ ରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳଙ୍କୁ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।