ନୂଆପଡାରେ ପୁଣି ବାଘ ଆତଙ୍କ

ନୂଆପଡ଼ା : ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ । ଘର ବାହାରେ ବନ୍ଧା ହୋଇଥିବା ବଳଦକୁ ରାତିରେ ଟେକିନେଇ ପାଖ ଜଙ୍ଗଲରେ କଲରାପତରିଆ ବାଘ ଖାଇଥିବା ଅଭିଯୋଗ । ବୋଡେନ ରେଞ୍ଜ ଖଇରା ଗାଁର ଘଟଣା ।

ତେବେ  ଖଇରା ଗାଁରେ ଦିନ ମଜୁରିଆ ଜୀତ ମାଝୀ ଦୁଇଟି ବଳଦ ରଖି ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ । ବର୍ତ୍ତମାନ ଗୋଟିଏ ବଳଦକୁ ବାଘ ମାରି ଖାଇଥିବା ବେଳେ ବେସାହାରା ହୋଇ ଯାଇଛନ୍ତି ।

ସେପଟେ ଖବର ପାଇଁ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଘ ଆକ୍ରମଣ ନା ଅନ୍ୟ କୌଣସି ବନ୍ୟଜନ୍ତୁ ଆକ୍ରମଣରେ ବଳଦର ମୃତ୍ୟୁ ହୋଇଛି । ସେନେଇ ତଦନ୍ତ ଜାରି ରଖିଛି । ସୁନାବେଡା ଅଭୟାରଣ୍ୟ ତଳି ଅଞ୍ଚଳରେ ଥିବା ଗାଁ ମାନଙ୍କରେ ଏଭଳି ବାଘ ଆତଙ୍କ ବାରମ୍ବାର ଦେଖା ଦେଉଥିବା ବେଳେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ ।