ଅଣାୟତ୍ତ ନେପାଳ ହିଂସା: ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ଇସ୍ତଫା
କିଛି ଘଣ୍ଟା ପୂର୍ବରୁ ଇସ୍ତଫା ଦେଇଥିଲେ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ, ୯/୯: ନେପାଳରେ ଥମୁନି ହିଂସା। ହିଂସାକାଣ୍ଡ ବ୍ୟାପକ ହେଉଥିବା ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପଦରୁ ଇସ୍ତଫା ଦେବା ପରେ ଏବେ ଇସ୍ତଫା ଦେଇଛନ୍ତି ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ। ହିଂସାତ୍ମକ ପ୍ରତିବାଦ ଜାରି ରହିଥିବାରୁ ସେ ପଦରୁ ଇସ୍ତଫା ଦେଇଛନ୍ତି।