ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିନ୍‌

ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିନ୍‌ । ଭୁବନେଶ୍ୱରର ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ମାଷ୍ଟର କ୍ୟାଣ୍ଟିନ ଷ୍ଟେସନ ସମ୍ମୁଖ ଅଞ୍ଚଳ ଗତ କିଛିଦିନ ଧରି ଶାନ୍ତ ରହିବା ପରେ ଆଜି ଅପରାହ୍ନ ୪ଟା ସମୟରେ ଦୁଇଜଣ ଅସାମାଜିକ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇ ଦୁଇଜଣ ଯାକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଜଣେ ଯୁବକ ଘଟଣା ପରେ ସେଠାରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛି । ଅନ୍ୟ ଆହତ ଯୁବକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଦୀର୍ଘ ସମୟ ପଡି ରହିବା ପରେ PCR ଭ୍ୟାନ ପହଁଚି ୧୦୮ ଆମ୍ବୁଲାନ୍ସ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛି । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଆହତ ଯୁବକର ନାମ “ମୁନା” ବୋଲି ଜଣାପଡିଛି ।