ଡଃ ତିରୁପତି ପାଣିଗ୍ରାହୀଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଜୀବନବ୍ୟାପୀ ସମ୍ମାନ

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ପ୍ରଶଂସିତ

ଭୁବନେଶ୍ବର, ୧୬/୧୦: ସିକିମ୍ବର ଆଇସିଏଫ୍ଆଇ ବିଶ୍ବବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବ ଏବଂ ସିକିମ୍ ରାଜ୍ୟର ୫୦ ବର୍ଷ ପୂର୍ତ୍ତି ଉତ୍ସବ ସିକିମ୍ ଗ୍ୟାଙ୍ଗଟକ୍ ସ୍ଥିତ ଚିନ୍ତନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥ୍ ସିକିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ସୋମନ୍ଦର ଏବଂ ସମ୍ମାନିତ ଅତିଥ୍ ଭାବେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ ଯୋଗ ଦେଇ ଓଡିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ତାଙ୍କର ବଳିଷ୍ଠ ନେତୃତ୍ବ, ଦୂରଦୃଷ୍ଟି ଏବଂ ଶିକ୍ଷା ପ୍ରତି ଆଜୀବନ ଉତ୍ସର୍ଗୀକୃତତାକୁ ନେଇ ଆଇସିଏଫ୍ଆଇ ବିଶ୍ବବିଦ୍ୟାଳୟ ତରଫରୁ ଜୀବନବ୍ୟାପୀ ସଫଳତାର ସମ୍ମାନ ପ୍ରଦାନ କରିଛନ୍ତି। ଓଡିଶା ଏବଂ ଓଡିଶା ବାହାରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏବଂ ସମ୍ମିଳିତ ବିକାଶ ପ୍ରତି ତାଙ୍କର ଅବଦାନକୁ ଉପସ୍ଥିତ ଥିବା ଅତିଥିମାନେ ଭୂୟସୀ ପ୍ରଶଂସା କରିଛନ୍ତି।