ଭୁବନେଶ୍ୱର ୧୬|୧୦: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପଦାର୍ପଣ କଲେ। ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀରେ ବିଶ୍ୱାସ ରଖୁଥିବା ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନ SOS Villageର ପିଲାମାନଙ୍କ ଗହଣରେ କାଟିଥିଲେ।
ଆଜି ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ସେଠାର ପହଂଚିବା ପରେ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ।
ପିଲାମାନେ ଦ୍ୱାରା ପ୍ରସ୍ତୁତ କେକ୍ ଶ୍ରୀ ପଟ୍ଟନାୟକ କାଟିବା ସହ ପିଲାମାନଙ୍କୁ ନିଜେ କେକ୍ ଖୁଆଇ ଦେଇଥିଲେ ଓ ପିଲାମାନଙ୍କୁ ଉପହାର ଦେଇଥିଲେ।
ପିଲାମାନଙ୍କୁ ଆଶୀର୍ବାଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ପିଲାମାନଙ୍କ ସହ ଜନ୍ମ ଦିନ ପାଳନ କରି ସେ ବହୁତ ଖୁସି। ତାଙ୍କ ଜନ୍ମ ଦିନରେ ସାମିଲ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ଆଶୀର୍ବାଦ କରିଥିଲେ।