ହବିଷ୍ୟାଳି ଯୋଜନା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ପୁରୀ ୦୧।୧୦ : ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଚୂଡାନ୍ତ ବୈଠକ। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୨୯୧୯ ଜଣ ହବିଷ୍ୟାଳି।‌ ହବିଷ୍ୟାଳିଙ୍କ ରହଣି, ପୂଜା, ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତ୍ତନ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥାର କରାଯାଉଛି ସମୀକ୍ଷା। ଏଥିରେ ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇଛନ୍ତି।