ଆଜିର ତାରିଖ ୨୩ ଅକ୍ଟୋବର ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. କିଟ୍ଟୁର ଚେନ୍ନମ୍ମା (୨୩ ଅକ୍ଟୋବର ୧୭୭୮ – ୨୧ ଫେବୃଆରୀ ୧୮୨୯) କର୍ଣ୍ଣାଟକର ଜଣେ ସାହସୀ ରାଣୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ୧୮୨୪ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଇଥିଲେ, ଏବଂ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରଥମ ଭାରତୀୟ ଶାସକଙ୍କ ମଧ୍ୟରୁ ଜଣେ ହୋଇଥିଲେ।
୨. ଭୈରୋଁ ସିଂହ ଶେଖାୱତ (୨୩ ଅକ୍ଟୋବର ୧୯୨୩ – ୧୫ ମଇ ୨୦୧୦) ଭାରତର ୧୧ତମ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ରାଜନୀତିରେ ଜଣେ ପ୍ରମୁଖ ନେତା ଥିଲେ। ସେ ରାଜସ୍ଥାନର ତିନିଥର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ୨୦୦୩ ମସିହାରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।
୩. ଦେବେନ ବର୍ମା (୨୩ ଅକ୍ଟୋବର ୧୯୩୭ – ୨ ଡିସେମ୍ବର ୨୦୧୪) ଜଣେ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅଭିନେତା ଥିଲେ, ଯିଏ ତାଙ୍କର ହାସ୍ୟ ଭୂମିକା ପାଇଁ ଜଣାଶୁଣା। ସେ ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ଏବଂ ବହୁବାର ଫିଲ୍ମଫେୟାର ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ଜିତିଥିଲେ।
୪. ରଞ୍ଜନ ସୋଧି (୨୩ ଅକ୍ଟୋବର ୧୯୭୯) ଜଣେ ଭାରତୀୟ ଡବଲ୍ ଟ୍ରାପ୍ ସୁଟର। ସେ ପ୍ରଥମ ଭାରତୀୟ ଖେଳାଳି ଯିଏ ଲଗାତାର ଦୁଇଟି ବିଶ୍ୱକପ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କୁ ୨୦୦୯ ମସିହାରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ସପ୍ତମ ଭାରତୀୟ ସୁଟର ଯିଏ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଥିଲେ। ରଞ୍ଜନ ସୋଧି ୨୦୧୨-୨୦୧୩ ବର୍ଷ ପାଇଁ ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଥିଲେ।
୫. ଅରବିନ୍ଦ ଆଡିଗା (୨୩ ଅକ୍ଟୋବର ୧୯୭୪) ଜଣେ ପ୍ରସିଦ୍ଧ ଭାରତୀୟ ଲେଖକ, ଯିଏ ଇଂରାଜୀରେ ତାଙ୍କର ଉପନ୍ୟାସ ଲେଖନ୍ତି। ତାଙ୍କୁ ୨୦୦୮ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ‘ଦି ହ୍ୱାଇଟ୍ ଟାଇଗର’ ପାଇଁ ‘ମ୍ୟାନ୍ ବୁକର୍ ପୁରସ୍କାର’ ପ୍ରଦାନ କରାଯାଇଥିଲା।
୬. ଖଣ୍ଡୁ ଭାଇ ଦେଶାଇ (୨୩ ଅକ୍ଟୋବର ୧୮୯୮) ଜଣେ ପ୍ରସିଦ୍ଧ ଶ୍ରମିକ ନେତା ଥିଲେ। ଖଣ୍ଡୁ ଭାଇ ଦେଶାଇଙ୍କ ଜୀବନ ରମଣ ମହର୍ଷି, ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ଥିଲା। ଖଣ୍ଡୁ ଭାଇ ଦେଶାଇ ଗାନ୍ଧୀଜୀଙ୍କ ଜଣେ ପ୍ରମୁଖ ଅନୁଗାମୀ ଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ବିଶନ ସିଂହ ବେଦୀ (୨୫ ସେପ୍ଟେମ୍ବର ୧୯୪୬ – ୨୩ ଅକ୍ଟୋବର ୨୦୨୩) ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ। ସେ ୨୨ଟି ଟେଷ୍ଟ ମ୍ୟାଚ୍ ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ ଏବଂ ଟେଷ୍ଟ କ୍ରିକେଟରେ ୨୬୬ଟି ୱିକେଟ୍ ନେଇ ସବୁଠାରୁ ସଫଳ ଭାରତୀୟ ବୋଲରଙ୍କ ମଧ୍ୟରୁ ଜଣେ ଥିଲେ। ଅବସର ପରେ, ସେ ଜଣେ କ୍ରିକେଟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।
୨. ନେଲି ସେନଗୁପ୍ତ (୧୨ ଜାନୁଆରୀ ୧୮୮୬ – ୨୩ ଅକ୍ଟୋବର ୧୯୭୩) ‘ଭାରତୀୟ ସ୍ୱାଧୀନତା ସଂଗ୍ରାମ’ ଏବଂ ବିପ୍ଳବୀ କାର୍ଯ୍ୟକଳାପରେ ତାଙ୍କର ଅବଦାନ ପାଇଁ ଜଣାଶୁଣା। ସେ ମହାତ୍ମା ଗାନ୍ଧୀଙ୍କ ‘ଅସହଯୋଗ ଆନ୍ଦୋଳନ’ରେ ଅଂଶଗ୍ରହଣ କରିଥିବା ଯତୀନ୍ଦ୍ର ମୋହନ ସେନଗୁପ୍ତଙ୍କ ପତ୍ନୀ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୭୬୪ – ବକ୍ସର ଯୁଦ୍ଧରେ ମୀର କାସିମ ପରାଜିତ ହୋଇଥିଲେ।
୧୯୧୦ – ବ୍ଲାଞ୍ଚ ଏସ୍. ସ୍କଟ୍ ଆମେରିକାରେ ଏକାକୀ ବିମାନ ଉଡ଼ାଣ କରିଥିବା ପ୍ରଥମ ମହିଳା ହୋଇଥିଲେ।
୧୯୧୫ – ଭୋଟ ଦେବାର ଅଧିକାର ଦାବି କରି ନ୍ୟୁୟର୍କରେ ପ୍ରାୟ ୨୫,୦୦୦ ମହିଳା ପ୍ରଦର୍ଶନ କରିଥିଲେ।
୧୯୪୨ – ମିତ୍ରଶକ୍ତିମାନେ ଏଲ୍ ଆଲାମେନ୍ ଯୁଦ୍ଧରେ ଜର୍ମାନ ସେନାକୁ ପରାସ୍ତ କରିଥିଲେ।
୧୯୪୩ – ନେଟାଜୀ ସୁଭାଷ ଚନ୍ଦ୍ର ବୋଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ‘ଜାନସୀ କି ରାନୀ ବ୍ରିଗେଡ’ ପ୍ରତିଷ୍ଠା କରିଥିଲେ।
୧୯୫୮ – ରୁଷୀୟ କବି ଏବଂ ଔପନ୍ୟାସିକ ବୋରିସ୍ ପାଷ୍ଟରନାକଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ମିଳିଥିଲା।
୧୯୭୮ – ଚୀନ୍ ଏବଂ ଜାପାନ ଚାରି ଦଶନ୍ଧି ଧରି ଚାଲିଥିବା ଶତ୍ରୁତାକୁ ଆନୁଷ୍ଠାନିକ ଭାବରେ ସମାପ୍ତ କରିଥିଲେ।
୧୯୮୯ – ହଙ୍ଗେରୀ ନିଜକୁ ଏକ ଗଣରାଜ୍ୟ ଘୋଷଣା କଲା।
୨୦୦୧ – ନାସାର ମାର୍ସ ଓଡିସି ମହାକାଶଯାନ ମଙ୍ଗଳ ଗ୍ରହକୁ ପରିକ୍ରମା କରିବା ଆରମ୍ଭ କଲା।