ଭୁବନେଶ୍ଵର, ୩୧/୧୦: ରାଜ୍ୟରେ ନିର୍ମାଣ ହେବାକୁ ଥିବା ସମସ୍ତ ନୂଆ ରାସ୍ତା ହେବ ଗ୍ରୀନ କରିଡର। ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ଏହି ନିଷ୍ପତ୍ତି ନେଇଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାସ୍ତାରେ ଲାଗିବ କ୍ୟୁଆର କୋଡ୍ ସ୍କାନର। ଏଥିରେ ସମସ୍ତ ତଥ୍ୟ ମିଳିବ। ଠିକାଦାରଙ୍କ ସୂଚନା ସହ ରାସ୍ତାର ସବିଶେଷ ବିବରଣୀ QR କୋଡ୍ ରହିବ। କେନ୍ଦ୍ର ମନ୍ତ୍ରୀଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ପୂର୍ତ୍ତ ବିଭାଗ ଏହି ନିଷ୍ପତ୍ତି ନେଇଛି। ଜାତୀୟ ରାଜପଥ ଭଳି ରାଜ୍ୟ ରାଜପଥ ରେ ବି ରହିବ ସ୍କାନର। ସ୍କାନ ଜରିଆରେ ଲୋକେ ରାସ୍ତାର ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ।
ସେହିପରି ରାସ୍ତା ନିର୍ମାଣ ଖର୍ଚ୍ଚର ଅତିରିକ୍ତ ୧% ଅର୍ଥରାଶିରେ ଗଛ ଲଗାଇବ ପୂର୍ତ୍ତ ବିଭାଗ। ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରାଯିବ। ଗ୍ରୀନ୍ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟରେ ବୃକ୍ଷରୋପଣ ହେବ।