ତେଲେଙ୍ଗାନାର ମନ୍ତ୍ରୀ ହେଲେ ପୂର୍ବତନ କ୍ରିକେଟର

ଶପଥ ଗ୍ରହଣ କଲେ ମହମ୍ମଦ ଆଝାରୁଦ୍ଦିନ

ହାଇଦ୍ରାବାଦ, ୩୧/୧୦: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ତେଲେଙ୍ଗାନାର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଦାୟିତ୍ଵ ନେଇଛନ୍ତି।

ରାଜଭବନରେ ଆୟୋଜିତ ଏକ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ତାଙ୍କୁ ଶପଥ ପାଠ କରାଇଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତି ଥିଲେ।

ଆଝାରୁଦ୍ଦିନ କ୍ୟାବିନେଟରେ ଯୋଗ ଦେବା ପରେ ତେଲେଙ୍ଗାନା କ୍ୟାବିନେଟର ସଂଖ୍ୟା ୧୬ କୁ ବୃଦ୍ଧି ପାଇଛି, ଯଦିଓ ଆଉ ଦୁଇଜଣ ମନ୍ତ୍ରୀଙ୍କ ପାଇଁ ସ୍ଥାନ ଖାଲି ହୋଇଛି।