ବିଜେଡ଼ି ନେତାଙ୍କ ଘରେ ଚଢ଼ାଉ

ବିଜେଡ଼ି କର୍ମୀଙ୍କ ଜୋରଦାର ବିରୋଧ

ନୂଆପଡ଼ା, ୩୧/୧୦: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ଚଢ଼ାଉ କରିଛି ପୋଲିସ। ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଅଚାନକ ଚଢ଼ାଉ। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଥିବା ବେଳେ ପ୍ରୀତିରଞ୍ଜନଙ୍କ ଘରେ ଏପରି ଚଢାଉକୁ ନାପସନ୍ଦ କରିଛନ୍ତି ବିଜେଡି କର୍ମୀ। ବିଜେଡ଼ି କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେଡି ନେତା ଓ କର୍ମୀମାନେ ଜୋରଦାର ବିରୋଧ କରି ସମ୍ପୃକ୍ତ ଅଧିକାରୀଙ୍କ କାରକୁ ଘେରାଉ କରିଥିଲେ। ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି।