ଗଣଦୁଷ୍କର୍ମ: ୨ ସେନା ଯବାନଙ୍କୁ ଆଜୀବନ ଜେଲ୍
ଗୋପାଳପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ
ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ
ବ୍ରହ୍ମପୁର, ୩୧/୧୦: ଗୋପାଳପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଇ ସେନା ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ। ୨ ଦୋଷୀ ହେଲେ ହାବିଲଦାର ବି. ଜୟେଶ କୁମାର ଓ ଲାନ୍ସ ନାଏକ ହଷଲଦାର ମୁଣ୍ଡାକୁ ଆଜୀବନ ଜେଲ୍ ଦଣ୍ଡ ମିଳିଛି।
ଦୁହିଁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ପୋକ୍ସୋ କୋର୍ଟ। ଏଥି ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ଆଜୀବନ ଜେଲ୍ଦଣ୍ଡାଦେଶ ଶୁଣାଇଛନ୍ତି। ବସ୍ର ଡ୍ରାଇଭର ଓ ହେଲପରଙ୍କୁ ଆଜୀବନ ଜେଲ୍ଦଣ୍ଡାଦେଶ ମିଳିଛି।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୩ରେ ଗୋପାଳପୁର ଆର୍ମି ଏଡି କଲେଜ ବସ୍ ଭିତରେ ଏକ ୪ ବର୍ଷର ଝିଅ ସହ ଗଣଦୁଷ୍କର୍ମ ହୋଇଥିଲା। ସେ ଥିଲେ ଜଣେ ମେଜରଙ୍କ ନାବାଳିକା ଝିଅ। ଗଣଦୁଷ୍କର୍ମ ନେଇ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୋଗର ୧୦ ମାସ ମଧ୍ୟରେ ରାୟ ଶୁଣାଇଲେ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ।