ବିଜେଡ଼ିକୁ ଶକ୍ତ ଧକ୍କା: ପଦ୍ମ ଧରିଲେ ଅମର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ

ଭୁବନେଶ୍ଵର, ୦୩/୧୧: ଗୋଟିଏ ପଟେ ନବୀନ ପଟ୍ଟନାୟକ ବିଜେଡ଼ି ପାଇଁ ନୂଆପଡାରେ ପ୍ରଚାର କରିବାକୁ ଯାଇଥିବା ବେଳେ ଅନ୍ୟପଟେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଯାହା ବିଜେଡିକୁ ଶକ୍ତ ଝଟ୍‌କା ଦେଇଛି। ବିଜେପିରେ ମିଶିଛନ୍ତି ଅମର ପଟ୍ଟନାୟକ। ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ସାମିଲ୍‌ ହେଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ମିଶିଲେ। ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ।