ପୀତବାସ ହତ୍ୟା ମାମଲା: ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ପୋଲିସକୁ ବଡ ସଫଳତା

ବ୍ରହ୍ମପୁର, ୦୩/୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସକୁ ବଡ ସଫଳତା ମିଳିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ପୂରା ପ୍ଲାନ୍ କରିଥିବା ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ। ବିହାର ସାର୍ପ ସୁଟରଙ୍କୁ ଡାକିଥିଲେ ଉମା ବିଷୋୟୀ। ରାଜ୍ୟ‌ ବାହାରୁ ତାଙ୍କୁ ପୋଲିସ ଗିରଫ କରିଛି।