ଭୋଟ ଦେବା ପାଇଁ ତୃତୀୟ ଲିଙ୍ଗୀଙ୍କ ଅନୁରୋଧ

ମତଦାନ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନିବେଦନ

ନୂଆପଡ଼ା, ୦୪/୧୧: ନୂଆପଡ଼ା ଉପ ନିର୍ବାଚନରେ ଆସନ୍ତା ୧୧ ତାରିଖ ଦିନ ସମସ୍ତ ଭୋଟର୍ ମତଦାନ କରିବାକୁ ଆଗ୍ରହର ସହିତ ତୃତୀୟ ଲିଙ୍ଗୀ ଜୁଲି ମାଝୀ, ରୋଜି ଯାଦବ ଓ ରଙ୍ଗିଲା ଯାଦବ ଅନୁରୋଧ କରୁଛନ୍ତି। ଏହି ନିର୍ବାଚନରେ ତୃତୀୟ ଲିଙ୍ଗୀମାନେ ମଧ୍ୟ ବହୁତ୍ ଆଗ୍ରହୀ ଅଛନ୍ତି ନିଜ ନିଜ ମତଦାନ ପାଇଁ। ସମସ୍ତ ଭୋଟରମାନେ ମତଦାନ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଅନୁରୋଧ କରିଛନ୍ତି। ସୂଚନା ଅନୁସାରେ ଆସନ୍ତା ଉପନିର୍ବାଚନରେ ୨୧ ଜଣ ତୃତୀୟ ଲିଙ୍ଗୀ ମତଦାନ କରିବେ।