ରେଳ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଦୁର୍ଘଟଣାର ତଦନ୍ତ କରିବେ ରେଳ ସୁରକ୍ଷା କମିଶନର

ବିଳାସପୁର, ୦୪/୧୧: ଛତିଶଗଡ଼ର ବିଳାସପୁରରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହେବା ପରେ ରେଳବାଇ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତରଙ୍କୁ ୫ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରାଯାଇଛି।

ଦୁର୍ଘଟଣାରେ ଅନେକ ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣାର ପ୍ରଭାବ ଏତେ ତୀବ୍ର ଥିଲା ଯେ ଏକାଧିକ ବଗି ପରସ୍ପର ଉପରେ ଚଢ଼ିଯାଇଥିଲା। ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ସରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ରେଳ ସୁରକ୍ଷା କମିଶନର ଘଟଣାର ତଦନ୍ତ କରିବେ।