ଉପନିର୍ବାଚନ ପାଇଁ ସରଗରମ ଭଦ୍ରକ ରାଜନୀତି

ଭଦ୍ରକ: ଆଉ ମାସଟିଏ ମଧ୍ୟରେ ଧାମନଗର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଉପ ନିର୍ବାଚନ ପାଇଁ ଉପନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଛି। କିନ୍ତୁ ଏବେ ୩ ଦଳ କେଉଁ ପ୍ରାର୍ଥୀଙ୍କୁ ନିର୍ବାଚନି ରଣାଅଙ୍ଗନକୁ ଓହ୍ଲାଇବେ ସେନେଇ ଆଲୋଚନା ଏବେ ସରଗରମ ସରଗରମ ରହିଛି। ବିଜେଡି, ବିଜେପି ଓ କଂଗ୍ରେସ ଏଥର ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବେ ବୋଲି ଆକଳନ କରାଯାଉଛି। କିନ୍ତୁ ଏହି  ଉପନିର୍ବାଚନରେ ବିଧାୟକ ପଦ ଦୌଡ଼ରେ ଅନେକ ଆଶାୟୀ ମଧ୍ୟ ରହିଛନ୍ତି।

ଆଗାମି ନଭେମ୍ବର ୩ ରେ ଧାମନଗରରେ ଉପନିର୍ବାଚନ। କିନ୍ତୁ ଏତେ କମ ସମୟ ମଧ୍ୟରେ ନିର୍ବାଚନ କୁ ନେଇ ସବୁ ଦଳରେ ଅଙ୍କାକଷା ଆରମ୍ଭ ହୋଇଛି। ୩ ପ୍ରମୁଖ ଦଳ ଉପନିର୍ବାଚନରେ ନୂଆ ପ୍ରାର୍ଥୀଙ୍କୁ  ସୁଯୋଗ ଦେବେ ବୋଲି ଆଶା କରାଯାଉଛି। କାରଣ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ, ବିଷ୍ଣୁ ସେଠୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତାଙ୍କ ପୂର୍ବରୁ ଧାମନଗରରୁ ମୁକ୍ତିକାନ୍ତ ମଣ୍ଡଳ ବିଜୟୀ ହୋଇଥିଲେ। କିନ୍ତୁ ଏଥର ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ଭଦ୍ରକ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

କିନ୍ତୁ ବିଜେଡିର ଏହି ଦୁଇ ପୂର୍ବତନ ବିଧାୟକ ଟିକେଟ ପାଇଁ ବେଶ ଆଶାବାଦୀ ଥିବା ବେଳେ ସେମାନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। କିନ୍ତୁ ବିଜେପି ୨୦୧୯ ନିର୍ବାଚନ ବେଳର ମାହୋଲ ଓ ବିଜେଡିର କନ୍ଦଳକୁ ନେଇ ଆକଳନ କରୁଛି ଯେ ବିଜେପି ଏଥର ପୁଣି ବିଧାୟକ ପଦ ହାତେଇବ। ସ୍ବର୍ଗତ ବିଷ୍ଣୁଙ୍କ ସ୍ଥାନରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ଙ୍କୁ ମଧ୍ୟ ଦଳ ଟିକେଟ ଦେଇପାରେ।  ସୂର୍ଯ୍ୟବଂଶୀ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଥିବାବେଳେ ତାଙ୍କର ରାଜନୀତିରେ ରୁଚି ଥିବାରୁ ଏଥର ସେ ଟିକେଟ ପାଇଲେ ଜିତିବେ ବୋଲି ବିଜେପି କହିଛି।